କଲେଜରୁ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍ , ୨ କଲେଜ ଛାତ୍ରୀ ମୃତ | News Room Odisha

କଲେଜରୁ ଫେରିବା ବେଳେ ଧକ୍କା ଦେଲା ଟ୍ରକ୍ , ୨ କଲେଜ ଛାତ୍ରୀ ମୃତ

ବୁର୍ଲା – ସଡ଼କ ଦୁର୍ଘଟଣାରେ ଦୁଇ କଲେଜ ଛାତ୍ରୀଙ୍କ ମୃତ୍ୟୁ। କଲେଜରୁ ଫେରିବା ବେଳେ ଟ୍ରକ ଧକ୍କାରେ ଦୁଇ ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଲରମ୍ଭା ପୋଡ଼ବାଡ଼ି ନିକଟରେ ଘଟିଛି ଏହି ଦୁର୍ଘଟଣା କିଛି ଛାତ୍ରୀ କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତ ଛାତ୍ରୀମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ଅନୁପମା ମଲିକ ଓ ଜୟଶ୍ରୀ ରଣା । ଦୁର୍ଘଟଣାରେ ସମସ୍ତ ମୃତାହତ କାଦୋବାହାଲ କଲେଜର ଓ ସେମାନେ ଯୁକ୍ତ ଦୁଇରେ ପଢୁଥିଲେ ।