ଟ୍ରକ୍ ଧକ୍କାରେ ୨ ଛାତ୍ରୀ ମୃତ, ଜଣେ ଗୁରୁତର | News Room Odisha

ଟ୍ରକ୍ ଧକ୍କାରେ ୨ ଛାତ୍ରୀ ମୃତ, ଜଣେ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ କାଦୋବାହାଲ -ଲରମ୍ଭା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କଲେଜରୁ ଫେରିବା ବେଳେ ଛାତ୍ରୀଙ୍କୁ ଟ୍ରକ ମାଡ଼ିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ତିନି ଜଣ ଛାତ୍ରୀଙ୍କ ଉପରେ ଟ୍ରକ ଚାପି ହୋଇ ରହିଯାଇଥିଲା । ଯେଉଁ କାରଣରୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ବିଭାଗୀୟ ଅଧିକାରୀ ମାନେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ପଠାଇଥିଲେ । ତେବେ ସେଠାରେ ଦୁଇ ଜଣଙ୍କ ମୁଣ୍ଡରେ ପ୍ରବଳ ରକ୍ତଶ୍ରାବ ହେଉଥିବାରୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏବଂ ଜଣକଙ୍କ ଅବସ୍ଥା ଗୁରୁତର ଥିବା ଓ ତାଙ୍କୁ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରି ଚିକିତ୍ସା କରାଯାଉଥିବା ନେଇ ସୂଚନା ମିଳିଛି । ମୃତକ ଦୁଇ ଛାତ୍ରୀ ହେଲେ ଅନୁପମା ମଲ୍ଲିକ, ଜୟଶ୍ରୀ ରଣା। ଓ ଛାତ୍ରୀ ପ୍ରିୟା ମଞ୍ଜରୀ ପଣ୍ଡାଙ୍କ ଗୁରୁତର ଅଛନ୍ତି ।

ପ୍ରକାଶ ଥାଉକି ଟ୍ରକ ଡ୍ରାଇଭର ଜଣକ ପ୍ରବଳ ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରୁଥିବା ବେଳେ ସ୍ଥାନୀୟ ଲୋକେ କାବୁକରି ପୋଲିସକୁ ଜିମା ଦେଇଥିଲେ । ଏନେଇ ପୋଲିସ ଡ୍ରାଇଭରକୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।