ମହିଳା ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ଉପଲକ୍ଷେ ଅତିରିକ୍ତ ବ୍ୟାଖ୍ୟାନ | News Room Odisha

ମହିଳା ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ଉପଲକ୍ଷେ ଅତିରିକ୍ତ ବ୍ୟାଖ୍ୟାନ

ସମ୍ବଲପୁର: ସମ୍ବଲପୁର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ ଓ ପ୍ରଜ୍ଞା ପ୍ରବାହ, ସମ୍ବଲପୁର ତଥା ଆଇକ୍ୟୁଏସି ତରଫରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ରରେ ବିଶେଷଜ୍ଞ ଆଲୋଚକ ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ ଡମ୍ବରୁଧର ପଟ୍ଟନାୟକ ଯୋଗଦାନ ଦେଇ ଭାରତର ଅଖଣ୍ଡତା ଓ ସଂକଳ୍ପ ଦିବସର ଅନୁଚିନ୍ତା ଉପରେ ଆଲୋକପାତ କରିଥିଲେ । ସମଗ୍ର ଦକ୍ଷିଣ ଏସିଆରେ ଭାରତୀୟ ସଂସ୍କୃତି କିଭଳି କ ବିସ୍ତାର ଲାଭ କରିଥିଲା ତାର ପ୍ରାମାଣିକ ବ୍ୟାଖ୍ୟା କରିଥିଲେ। ସଂପାନରେ ପ୍ରଫେସର ରାଜଶ୍ରୀ ବରାଳ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଉମାଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଯୋଗେଶ ଚନ୍ଦ୍ର ଭୋଇଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀ, ଅଧ୍ୟାପିକା ଓ ଅଧ୍ୟାପକ ଯୋଗ ଦେଇଥିଲେ ।