ସାରାଦେଶରେ ୭୭ତମ ସ୍ୱାଧୀନତା ଦିବସର ଉଲ୍ଲାସ | News Room Odisha

ସାରାଦେଶରେ ୭୭ତମ ସ୍ୱାଧୀନତା ଦିବସର ଉଲ୍ଲାସ

ନୂଆଦିଲ୍ଲୀ/ଭୁବନେଶ୍ୱର- ସାରାଦେଶରେ ୭୭ ତମ ସ୍ବାଧୀନତା ଦିବସର ଉଲ୍ଲାସ । ସ୍ୱାଧୀନତା ସଂଗ୍ରାମର ମହାମନୀଷୀମାନଙ୍କୁ ମନେ ପକାଉଛି କୃତଜ୍ଞ ରାଷ୍ଟ୍ର। ଚାରିଆଡେ ଉଡୁଛି ଭାରତୀୟତାର ପ୍ରତୀକ ଆମ ତ୍ରିରଙ୍ଗା। ଶୁଭୁଛି ଦେଶ ବନ୍ଦନା । ସ୍ୱାଧୀନତାର ପର୍ବ ପାଳନରେ ସମସ୍ତେ ମସଗୁଲ ।

୭୭ ତମ ସ୍ବାଧୀନତା ଦିବସର ମୁଖ୍ୟ ସମାରୋହ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେଉଛି । ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଭୁବନେଶ୍ବରରେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସାଙ୍ଗକୁ ଜାତୀୟ ପତାକା ଉତ୍ତୋଳନ କରିବେ । ଏସ ଏସ ବି, ଓଏସଏପି ଓଡ୍ରାଫ, ରାଜ୍ୟ ପୋଲିସ ବ୍ୟାଣ୍ଡ ସହିତ ଛତିଶଗଡ଼ ପୁଲିସର ଏକ ଟିମ୍ ପରେଡରେ ସାମିଲ ହୋଇଛନ୍ତି ପରେଡର ନେତୃତ୍ୱ ନେବେ ଆଇପିଏସ୍ ଅଙ୍କିତ ବର୍ମା। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଲାଗି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ମୋଟ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୧୦୦ ଜଣ ଅଫିସର ମୁତୟନ ରହିଛନ୍ତି।