ନଦୀରୁ ମହିଳାଙ୍କୁ ଟାଣି ନେଇ ଖାଇଦେଲା କୁମ୍ଭୀର | News Room Odisha

ନଦୀରୁ ମହିଳାଙ୍କୁ ଟାଣି ନେଇ ଖାଇଦେଲା କୁମ୍ଭୀର

ଯାଜପୁର – ପୁଣି କୁମ୍ଭୀର ନେଲା ଜୀବନ । ଯାଜପୁର ଜିଲ୍ଲା ବରୀ ଆମଠପୁର ପଞ୍ଚାୟତରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ଖାଇଦେଇଛି । ସୂଚନା ଅନୁସାରେ ଆମଠପୁର ପଞ୍ଚାୟତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଜେନା ଆଜି ସକାଳେ ବିରୁପା ନଦୀରେ ଲୁଗା ସଫା କରୁଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ କୁମ୍ଭୀର ଜ୍ୟୋତ୍ସ୍ନାଙ୍କ ପୁରା ଶରୀର ଖାଇ ଦେଇଥିବା ବେଳେ କେବଳ ବାମ ପଟ ଗୋଡ଼କୁ ଛାଡ଼ି ଦେଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।