କ୍ରିପ୍ଟୋ ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ | News Room Odisha

କ୍ରିପ୍ଟୋ ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର – ବହୁଚର୍ଚ୍ଚିତ କ୍ରିପ୍ଟୋକରେନସୀ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା -ଇଓଡବ୍ଲୁ ରତ୍ନାକର ପଲେଇ ( ୪୫ ବର୍ଷ)କୁ ଗିରଫ କରିଥିବା ନେଇ ସୂଚନା ଦେଇଛି । ସୋଲାର ଟେକ୍ନୋ ଆଲାଏନ୍ସ – ଏସଟିଏ ନାମକ କମ୍ପାନୀ ଦ୍ଵାରା ହଜାରେ କୋଟି ଟଙ୍କା ଠକେଇର ତଦନ୍ତ କରୁଛି ଇଓଡବ୍ଲୁ। ଗିରଫ ରତ୍ନାକର କର୍ଣ୍ଣାଟକର ଏକ ବିଶ୍ଵବିଦ୍ୟାଳୟରୁ ଆଇଟିରେ ଏମ୍ ଟେକ୍ କରିଛି । ସେ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲି ଏସଟିଏ କମ୍ପାନୀର ସ୍କିମ୍ ବାବଦରେ ପ୍ରଚାର କରୁଥିଲା । ପୂର୍ବରୁ ଏହି ଠକେଇ ମାମଲାରେ ଗୁରୁତେଜ ସିଂହ ସିନ୍ଧୁ ଓ ନିରୋଦ ଦାସଙ୍କୁ ଯଥାକ୍ରମେ ରାଜସ୍ଥାନ ଓ ଭଦ୍ରକରୁ ଏହି ମାସ ୭ ତାରିଖରେ ଗିରଫ କରଯାଇଥିଲା ।