ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏଁ ଯୁକ୍ତ ଦୁଇ ପରୀକ୍ଷା, ନଭେମ୍ବରରେ ଫର୍ମ ପୂରଣ | News Room Odisha

ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏଁ ଯୁକ୍ତ ଦୁଇ ପରୀକ୍ଷା, ନଭେମ୍ବରରେ ଫର୍ମ ପୂରଣ

ଭୁବନେଶ୍ୱର – ଆସନ୍ତାବର୍ଷ ଫେବ୍ରୁଆରୀରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ୨୦୨୩-୨୪ ଶିକ୍ଷାବର୍ଷ କ୍ୟାଲେଣ୍ଡର ଅନୁସାରେ ଫେବ୍ରୁଆରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୩ରେ ସରିବ । ଏପ୍ରିଲ ମା ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଫଳାଫଳ ପ୍ରକାଶ କରାଯିବ । ଏ ବର୍ଷ ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯିବ। ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ପ୍ରଥମ ସପ୍ତାହରେ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ – ସିଏଚ ଏହି ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇଛି।