ଅମଠୀ ନଦୀରେ ଅଜଣା ମୃତଦେହ ଉଦ୍ଧାର | News Room Odisha

ଅମଠୀ ନଦୀରେ ଅଜଣା ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ଅମଠି ନଦୀରୁ ଏକ ଅଜଣା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ସକାଳେ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖି ଝାରବନ୍ଧ ପୋଲିସକୁ ଏନେଇ ଖବର ଦେଇଥିଲେ । ଖବରପାଇ ପୋଲିସର ଉପସ୍ଥିତିରେ ଅଗ୍ନିଶମ ବିଭାଗ ପକ୍ଷରୁ ଶବ ଉଦ୍ଧାର କରାଯାଇଥିଲା।

ତେବେ ମୃତକର ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନଥିବା ବେଳେ ଏହା ହତ୍ୟା କରାଯାଇଛି କି ଗାଧୋଉଥିବା ବେଳେ ପାଣିର ସ୍ରୋତରେ ଭାସି ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ କହିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ।