୨୦୨୨ ଜେଇଇ ତ୍ରୁଟିପୂର୍ଣ୍ଣ ମାର୍କସିଟ ମାମଲାର ସିବିଆଇ ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

୨୦୨୨ ଜେଇଇ ତ୍ରୁଟିପୂର୍ଣ୍ଣ ମାର୍କସିଟ ମାମଲାର ସିବିଆଇ ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ – ୨୦୨୨ ଜେଇଇ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କ ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାରିମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ ଯେ, ୨୦୨୨ ଜେଇଇ ପରୀକ୍ଷାରେ ଅଂଶୁମାନ କାନୁନଗୋଙ୍କ ମାର୍କସିଟକୁ ନକଲି କହି ରାଉରକେଲା ଏନଆଇଟି ତାଙ୍କର ନାମଲେଖା ଆବେଦନ ଖାରଜ କରିଥିଲା । ଏହାପରେ ମାର୍କସିଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଂଶୁମାନ ।

ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ମୁରାହରି ରମଣଙ୍କ ଖଣ୍ଡପୀଠ ଅଂଶୁମାନଙ୍କ ଆବେଦନର ଶୁଣାଣି କରି ରାୟ ଶୁଣାଇଛନ୍ତି। ଅଂଶୁମାନ ଜେଇଇରେ ଉତ୍ତୀର୍ଣ୍ଣ ହୋଇ ୯୮.୯୭ ପ୍ରତିଶତ ମାର୍କ ରଖିଥିଲେ। କିନ୍ତୁ ତାଙ୍କ ମାର୍କସିଟକୁ ନକଲି ଦର୍ଶାଇ ଆଡମିଶନ ଖାରଜ କରିଦେଇଥିଲେ ରାଉରକେଲା ଏନଆଇଟି ।