ଆସିକାରେ ବଜ୍ରପାତ ନେଲା ଚାଷୀଙ୍କ ଜୀବନ | News Room Odisha

ଆସିକାରେ ବଜ୍ରପାତ ନେଲା ଚାଷୀଙ୍କ ଜୀବନ

ଭଞ୍ଜନଗର: ବଜ୍ରପାତରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଗହଙ୍ଗୁ ଗ୍ରାମର ଚାଷୀ ସାନୁଜ ପାତ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମଧ୍ୟାହ୍ନରେ ବର୍ଷା ହେଉଥିବାରୁ ସେ ସେ ନିଜ ଜମିରେ ଚାଷବାସ କରୁଥିବା ବେଳେ ହଠାତ୍‌ ଘଡ଼ଘଡ଼ି ହୋଇଥିଲା। ସାନୁଜଙ୍କ ଉପରେ ବଜ୍ରାଘାତ ହେବାରୁ ଟଳି ପଡ଼ିଥିଲେ। ନିକଟସ୍ଥ ବିଲ ଗୁଡ଼ିକରେ ଥିବା ଅନ୍ଯ ଚାଷୀମାନଙ୍କ ଠାରୁ ଖବର ପାଇ ସାନୁଜଙ୍କ ପରିବାରବର୍ଗ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସାନୁଜଙ୍କୁ ମୃତ ଘୋଷଣା କରିଥିଲେ। ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବାକୁ ବ୍ୟବସ୍ଥା କରୁଛି।