ଗଞ୍ଜେଇ ମାଫିଆର ଘର ଭାଙ୍ଗିଲା ପ୍ରଶାସନ, ଚାଲିଲା ବୁଲଡୋଜର୍ | News Room Odisha

ଗଞ୍ଜେଇ ମାଫିଆର ଘର ଭାଙ୍ଗିଲା ପ୍ରଶାସନ, ଚାଲିଲା ବୁଲଡୋଜର୍

ବଲାଙ୍ଗୀର: ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନା ଘରେ ଚାଲିଲା ବୁଲ୍‌ଡୋଜର । ସଇନ୍ତଲା ବଡ଼ମାଳ ଗୋଳାବାରୁଦ କାରଖାନା ଏକ ନମ୍ବର ଗେଟ ସମ୍ମୁଖରେ ଥିବା ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନା ଘରକୁ ଆଜି ପ୍ରଶାସନ ଜେସିବି ଲଗାଇ ଧୂଳିସାତ କରିଛି । ଆଜି ସଇନ୍ତଳା ତହସିଲଦାର ମାନସନ ଫିଲ କେରକେଟ , ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭୀର ସଇନ୍ଧଳା ଥାନା ଅଧିକାରୀ ଅବନି ସାହୁ , ଟିଟିଲାଗଡ଼ ଅବକାରୀ ବିଭାଗର କର୍ମଚାରୀ ଉପସ୍ଥିତରେ ଘର ଭଙ୍ଗା ଯାଇଥିଲା ।

ପ୍ରକାଶ ଥାଉକି, ଦୀର୍ଘବର୍ଷ ଧରି ଘନ ଫପସି ଛକରେ ଥିବା ସରକାରୀ ଜମି ଉପରେ ବେଆଇନ ଘର ନିର୍ମାଣ କରି ବେଆଇନ ଗଞ୍ଜେଇ ବେପାର କରି ବାହାର ରାଜ୍ୟକୁ ଚାଲାଣ କରୁଥିଲା । ତେବେ ଗତ ଜୁଲାଇ ମାସରେ ଟିଟିଲାଗଡ଼ ଅବକାରୀ ବିଭାଗ ଘନଶ୍ୟାମର ଘର ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ ପରିମାଣର ଗଞ୍ଜେଇ ଜବତ କରାଯାଇ ଘନଶ୍ୟାମକୁ କୋର୍ଟ ଚାଲାଣ କରାଯାଇଥିଲା ।