ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ, ରାମାଶିଷ ହାଜରାଙ୍କ ସ୍ଥାନରେ ଜ୍ୟୋତି ପ୍ରକାଶ ଦାସ ବିଏସଇର ନୂଆ ସଭାପତି | News Room Odisha

ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ, ରାମାଶିଷ ହାଜରାଙ୍କ ସ୍ଥାନରେ ଜ୍ୟୋତି ପ୍ରକାଶ ଦାସ ବିଏସଇର ନୂଆ ସଭାପତି

ଭୁବନେଶ୍ୱର – ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ରାମାଶିଷ ହାଜରାଙ୍କ ସ୍ଥାନରେ ଜ୍ୟୋତି ପ୍ରକାଶ ଦାସଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ଜ୍ୟୋତି ପ୍ରକାଶ ଦାସ ଏବେ ପଞ୍ଜିକରଣ ଆଇଜି ସହ ଆରଓଟିଆଇର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।

ରାମାଶିଷ ହାଜରାଙ୍କୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଡକ୍ଟର ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।