ବଲାଙ୍ଗୀର ଜିଲ୍ଲାରେ ଚାରି ନକଲି ଶିକ୍ଷକ ବିଦା, ଜଣେ ଗିରଫ | News Room Odisha

ବଲାଙ୍ଗୀର ଜିଲ୍ଲାରେ ଚାରି ନକଲି ଶିକ୍ଷକ ବିଦା, ଜଣେ ଗିରଫ

ବଲାଙ୍ଗୀର – ବଲାଙ୍ଗୀର ଜିଲ୍ଲାରେ ଜାଲ୍ ସାର୍ଟିଫିକେଟରେ ଚାକିରି କରିଥିବା ଚାରି ଜଣ ଶିକ୍ଷକଙ୍କୁ ବିଦା କରାଯାଇଛି । ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ତିନି ଜଣ ଫେରାର ହୋଇଯାଇଛନ୍ତି। ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋଙ୍କୁ ବରଖାସ୍ତ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ସମସ୍ତେ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିଲେ। ଏହି ମାମଲାରେ ଗତ ୧୦ ତାରିଖରେ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରାଯାଇଥିଲା I ୨୦୧୩ ମସିହାରୁ ନକଲି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି I ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ । ତାଙ୍କ ସହିତ ଅନ୍ୟ ୩ ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଜଣାପଡ଼ିଥିଲା । ଏ ନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ । ଅନ୍ୟ ତିନି ନକଲି ଶିକ୍ଷକ ଏବେ ବି ଫେରାର ଅଛନ୍ତି । ସେମାନଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।