ଏସଟିଏଫ କବଜାରେ ନକଲି ଆରଟିଆଇ କର୍ମୀ | News Room Odisha

ଏସଟିଏଫ କବଜାରେ ନକଲି ଆରଟିଆଇ କର୍ମୀ

ଭୁବନେଶ୍ୱର – ସୂଚନା ଅଧିକାର କର୍ମୀ ଭାବେ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଜଣେ ଠକ ଏସଟିଏଫ ହାତରେ ଧରାପଡ଼ିଛନ୍ତି । କିଶୋର କୁମାର ମିଶ୍ର ନାମକ ଜଣେ ବ୍ୟକ୍ତି ନିଜକୁ ଜଣେ ସୂଚନା ଅଧିକାର କର୍ମୀ ବୋଲି ପରିଚୟ ଦେବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ନକଲି ପରିଚୟପତ୍ର କରି ଲୋକଙ୍କୁ ଠକୁଥିଲେ | ତାଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି | ୨ ରୁ ୩ ବର୍ଷ ଧରି କିଶୋର ମିଶ୍ର ଆରଟିଆଇ କର୍ମୀ ଭାବେ ଲୋକଙ୍କୁ ଠକି ଆସୁଥିଲେ । ତାଙ୍କର ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଥିବାର ଜଣାପଡିଛି |