ବିକୃତ ଗଣେଶ ମୂର୍ତ୍ତି ଓ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ ନେଇ କମିଶନରେଟ ପୋଲିସର ଚେତାବନୀ | News Room Odisha

ବିକୃତ ଗଣେଶ ମୂର୍ତ୍ତି ଓ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ ନେଇ କମିଶନରେଟ ପୋଲିସର ଚେତାବନୀ

ଭୁବନେଶ୍ୱର – ଆଗାମୀ ଗଣେଶ ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ହୋଇଛି । ବୈଠକରେ ବିଭିନ୍ନ ପୂଜା କମିଟି ଓ କ୍ଲବ କର୍ମକର୍ତ୍ତା ଯୋଗ ଦେଇଥିଲେ । ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ସୁରୁଖୁରୁରେ କିପରି ପାଳନ ହେବ, ସେ ନେଇ ବୈଠକରେ ବିଚାରବିମର୍ଶ ହୋଇଛି।

ଗଣେଶ ମୂର୍ତ୍ତିକୁ ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନରେଟ ପୋଲିସ ପୋଲିସ ଚେତାବନୀ ଦିଆଯାଇଛି। ଜୋର ଜବରଦସ୍ତ ଚାନ୍ଦା ଆଦାୟ ଉପରେ ବି ଅଙ୍କୁଶ ଲାଗିବ ବୋଲି ବୈଠକ ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ପୂଜା କମିଟିଗୁଡିକ ସେପ୍ଟେମ୍ବର ୨୪, ଅକ୍ଟୋବର ୧ ଓ ୮ରେ ମୂର୍ତ୍ତି ଭସାଣ କରିପାରିବେ।