ସହିଦ ପୁଅଙ୍କୁ ଝୁରି ଝୁରି ଚାଲିଗଲେ ମା' | News Room Odisha

ସହିଦ ପୁଅଙ୍କୁ ଝୁରି ଝୁରି ଚାଲିଗଲେ ମା’

ଆନନ୍ଦପୁର – ପୁଅଙ୍କ ପଛେ ପଛେ ଚାଲିଗଲେ ମାଆ । ଅସୁସ୍ଥ ଥିବା ସହିଦ ସିଆରପିଏଫ ଯବାନ ସୁଶାନ୍ତଙ୍କ ମାଆ ସୁନ୍ଦରୀ ଖୁଣ୍ଟିଆଙ୍କ ପରଲୋକ ହୋଇଯାଇଛି। କଟକ ବଡ଼ ମେଡିକାଲରେ ସୁନ୍ଦରୀ ଖୁଣ୍ଟିଆଙ୍କ ଦେହାନ୍ତ ହୋଇଛନ୍ତି। ମାତ୍ର ୮ ଦିନ ତଳେ ହିଁ ସିଆରପିଏଫରେ କାର୍ଯ୍ୟରତ ସୁଶାନ୍ତ ଖୁଣ୍ଟିଆ ଝାଡ଼ଖଣ୍ଡରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିଲେ।

ସାନ ପୁଅ ସୁଶାନ୍ତଙ୍କ ପୂର୍ବରୁ ମାଆ ସୁନ୍ଦରୀ ଖୁଣ୍ଟିଆ ପ୍ରଥମେ ସ୍ବାମୀ ଓ ଦୁଇପୁଅଙ୍କୁ ମଧ୍ୟ ହରାଇଥିଲେ । ଏବେ ସେ ନିଜେ ଆଖି ବୁଜିଛନ୍ତି। ଗତ ୧୧ ତାରିଖରେ ସାନପୁଅ ସୁଶାନ୍ତ ନକ୍ସଲ ଆକ୍ରମଣରେ ସହିଦ ହୋଇଥିଲେ ସହିଦ ପୁଅଙ୍କୁ ଝୁରିଝୁରି ମା ସୁନ୍ଦରୀ ଖୁଣ୍ଟିଆ ଆଜି ପୁର୍ବାହ୍ନରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ସୁଗାର ଓ ବ୍ଲଡ଼ପ୍ରେସର କମିଯିବାରୁ ସଂଜ୍ଞାହୀନ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ଼ ମେଡିକାଲର ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ସୁନ୍ଦରୀଙ୍କ ମୃତ୍ୟୁ ହୋଇଛି ।