ଆଜିଠୁ କମିବ ବର୍ଷା ପରିମାଣ, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ  | News Room Odisha

ଆଜିଠୁ କମିବ ବର୍ଷା ପରିମାଣ, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ 

ଭୁବନେଶ୍ୱର – ଦୁଇଦିନର ପ୍ରବଳ ବର୍ଷା ପରେ ଆଜିଠୁ ରାଜ୍ୟରେ ବର୍ଷା ପରିମାଣ କମିବା ସମ୍ଭାବନା ରହିଛି।

ଆଜିଠୁ ସକ୍ରିୟ ଲଘୁଚାପ ଛତିଶଗଡ଼ ମୁହାଁ ହେଉଥିବାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହୋଇଥିଲା। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ରେକର୍ଡ କରାଯାଇଛି।

ଏଣେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି ସକାଳ ୭ଟା ସୁଦ୍ଧା ଆଖୁଆପଦାଠାରେ ବିପଦ ସଂକେତ ୧୭.୮୮ ମିଟର ଉପରେ ଜଳ ପ୍ରବାହିତ ହେଉଛି।