ବିଶ୍ୱ ମାନବିକତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା | News Room Odisha

ବିଶ୍ୱ ମାନବିକତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର -ଆଜି ପାଳନ କରାଯାଉଛି ବିଶ୍ୱ ମାନବିକତା ଦିବସ । ଏହି ଅବସରରେ ଲୋକଙ୍କ ସେବାରେ ନିଜକୁ ନିଃସ୍ୱାର୍ଥପର ଭାବେ ନିୟୋଜିତ କରିଥିବା ହଜାର ହଜାର ସ୍ବେଚ୍ଛାସେବୀ ଓ ମାନବିକ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଟଳ ନିଷ୍ଠାର ସହ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ କାମ କରୁଥିବା ମାନବୀୟ କର୍ମୀଙ୍କ ଯୋଗୁଁ ମାନବିକତା ଓ ମାନବ ସଂହତି ବଞ୍ଚି ରହିଛି । ଏଥିପାଇଁ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ।