ହାତୀ ମୃତ୍ୟୁ ହ୍ରାସ ପାଇଁ ପୂର୍ବତଟ ରେଳପଥର 'ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ' | News Room Odisha

ହାତୀ ମୃତ୍ୟୁ ହ୍ରାସ ପାଇଁ ପୂର୍ବତଟ ରେଳପଥର ‘ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ’

ଭୁବନେଶ୍ବର -ଟ୍ରେନ ଧକ୍କାରେ ହାତୀଙ୍କ ମୃତ୍ୟୁ ରୋକିବାକୁ ନୂଆ ଉପାୟ । ଏଥିପାଇଁ ପୂର୍ବତଟ ରେଳପଥ ହାତୀଙ୍କ ‘ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ’ – ଆଇଡିଏସ କାର୍ଯ୍ୟକାରୀ କରିବ । ପୂର୍ବତଟ ରେଳପଥ ଅଧୀନ ରେଳ ଲାଇନରେ ହାତୀ ମୃତ୍ୟୁ ହ୍ରାସ ଦିଗରେ ଏହି ପଦକ୍ଷେପ ନିଆଯାଇଛି । ଖୋର୍ଦ୍ଧାରୋଡ, ସମ୍ବଲପୁର ରେଳମଣ୍ଡଳ ପରିସୀମା ମଧ୍ୟରେ ଟ୍ରେନ୍ ଧକ୍କା ଯୋଗୁଁ ବହୁ ବଣୁଆ ହାତୀଙ୍କ ମୃତ୍ୟୁ ହେଉଛି । ତାକୁ ରୋକିବାକୁ ରେଳପଥ ପକ୍ଷରୁ ହାତୀ ଗତିବିଧି ଅଞ୍ଚଳରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ବା ଆଇଡିଏସ କରାଯିବ ।

ଏହି ବ୍ୟବସ୍ଥାରେ ୬ଟି ରେଳ ସେକ୍ସନର ୨ ଶହ କିଲୋମିଟର ରେଳ ଧାରଣା ସାମିଲ ହେବ । ଏଥିପାଇଁ ପୂର୍ବତଟ ରେଳପଥ କରିଛି ୭୯.୧୨ କୋଟି ଟଙ୍କା ବ୍ୟୟବରାଦ କରିଛି। ଆଇଡିଏସ ଦ୍ବାରା ରେଳ ଟ୍ରାକ୍ ଆଡ଼କୁ ମାଡି ଆସୁଥିବା ହାତୀ ଚିହ୍ନଟ ହେବ ଓ ହାତୀ ମୃତ୍ୟୁକୁ ଏଡାଇବାକୁ ରେଳ ଅଧିକାରୀଙ୍କୁ ସତର୍କ କରାଇବ ।