ନିଯୁକ୍ତି ପର୍ବ : ବିଦ୍ୟୁତ ବିଭାଗରେ ଚାକିରି ପାଇଁ ୪୧୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ନିଯୁକ୍ତି ପର୍ବ : ବିଦ୍ୟୁତ ବିଭାଗରେ ଚାକିରି ପାଇଁ ୪୧୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ବିଦ୍ୟୁତ ବିଭାଗରେ ଆଜି ୪୧୨ ଜଣଙ୍କୁ ମିଳିବ ଚାକିରି । ଆଜି ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା କନଭେନସନ ସେଣ୍ଟରରେ ସଂଧ୍ୟା ସାଢେ ୫ଟାରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।୧୬ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନୟର, ୧୯୭ ଟେକ୍ନିସିଆନ ଓ ୫୪ ଜଣ କାର୍ଯ୍ୟାଳୟ ସହାୟକଙ୍କୁ ଦିଅଯିବ ନିଯୁକ୍ତି ପତ୍ର । ଗତମାସରେ ୧୨୯ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ମିଳିଥିଲା ନିଯୁକ୍ତି ପତ୍ର । ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗରେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।