କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ, ବିପୁଳ ବିସ୍ଫୋରକ ଜବତ | News Room Odisha

କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ, ବିପୁଳ ବିସ୍ଫୋରକ ଜବତ

ନୂଆପଡ଼ା – ଓଡ଼ିଶା -ଛତିଶଗଡ ସୀମାନ୍ତ ପାଟଧରା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ ମାଓ କ୍ୟାମ୍ପ ଠାବ କରିଛନ୍ତି। କ୍ୟାମ୍ପରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ୨୮ଟି ଡିଟୋନେଟର, ୧ କେଜି ବିସ୍ଫୋରକ ସହ ବହୁ ସାମଗ୍ରୀ ଜବତ କରାଯାଇଛି। ଏସଓଜି, ଡିଭିଏଫ,କୋବ୍ରା ଓ ସିଆରପିଏଫ ପକ୍ଷରୁ ଜଙ୍ଗଲରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଚାଲିଛି । ସୂଚନାଯୋଗ୍ୟ ଯେ, ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଏକ ରେଳ ଧାରଣାରୁ ୧୦ କେଜି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଥିଲା । ନକ୍ସଲମାନେ ଟ୍ରେନକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିଛାଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।