ବଲାଙ୍ଗିରରେ ନୂଆଖାଇ ଲଗ୍ନ ନିର୍ଦ୍ଧାରଣ | News Room Odisha

ବଲାଙ୍ଗିରରେ ନୂଆଖାଇ ଲଗ୍ନ ନିର୍ଦ୍ଧାରଣ

ବଲାଙ୍ଗିର: ବଲାଙ୍ଗିର ଶୈଳେଶ୍ରୀ ପେଲେସ ଠାରେ ବଲାଙ୍ଗିର ଇଷ୍ଟଦେବୀ ମା ପାଟଣେଶ୍ୱରୀଙ୍କ ଏବଂ ମହାରାଜାଙ୍କ ରାଶି ନକ୍ଷତ୍ର ଅନୁସାରେ ଆଜି ଚଳିତ ବର୍ଷ ପାଇଁ ନବାନ୍ନ ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ବିଶିଷ୍ଟ ପଣ୍ଡିତ ମାନଙ୍କ ଉପସ୍ଥିତରେ ୧୨/୬ ଉତ୍ତରା ଫାଲ୍ଗୁନି କନ୍ୟା ଓ ମଘା ସିଂହ ଅନୁସାରେ ରାଶି ଅନୁସାରେ ଲଗ୍ନ କରାଯାଇଥାଏ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ବୁଧବାର ୨୦ ତାରିଖ ବିଶୁଦ୍ଧ ଧନୁଲଗ୍ନ ଏବଂ ମିଥୁନ ନବାଂସ ଅମୃତ ବେଳାରେ ସକାଳ ୧୦.୨୮ରୁ ୧୦.୪୧ ପର୍ଯ୍ୟନ୍ତ ନିଜ ନିଜ ଦେବାଦେବୀଙ୍କ ଠାରେ ନବାନ୍ନ ଲାଗି କରିବେ ବୋଲି ପଣ୍ଡିତ ମାନେ ନିର୍ଦ୍ଧାରିତ କରିଛନ୍ତି ।