ପିଆଜ ଦର ବୃଦ୍ଧି ଚିନ୍ତା, ରପ୍ତାନି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର | News Room Odisha

ପିଆଜ ଦର ବୃଦ୍ଧି ଚିନ୍ତା, ରପ୍ତାନି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ପିଆଜର ଦର ବୃଦ୍ଧି ନିୟନ୍ତ୍ରଣ କରିବାକୁ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି ।ଘରୋଇ ବଜାରରେ ପିଆଜର ଉପଲବ୍ଧତା ସୁନିଶ୍ଚିତ ଓ ଦର ନିୟନ୍ତ୍ରଣ କରିବା ପାଇଁ ଏହାର ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି, ଯାହା ଡିସେମ୍ବର ୩୧ ତାରିଖ ଯାଏଁ ବଳବତ୍ତର ରହିବ । ଏ ନେଇ କେନ୍ଦ୍ର ସରକାର ଆଜି ବିଜ୍ଞପ୍ତି ଜାରି କରିଛନ୍ତି ।

ଟମାଟୋ ପରେ ଦେଶରେ ଏବେ ପିଆଜର ଦର ଦ୍ରୁତ ଗତିରେ ବଢିଚାଲିଛି । ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ ଦର ବଢୁଛି । ସେପ୍ଟେମ୍ବରରୁ ପିଆଜ ଦର ବଢ଼ିବା ଆରମ୍ଭ ହେବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇବା ଦିଗରେ ପଦକ୍ଷେପ ନେଇପାରନ୍ତି ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା।