ଜୟନ୍ତୀରେ ରାଜୀବ ଗାନ୍ଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି | News Room Odisha

ଜୟନ୍ତୀରେ ରାଜୀବ ଗାନ୍ଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧିଙ୍କ ଆଜି ଜନ୍ମ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ର ନିର୍ମାଣ ରେ ରାଜୀବ ଗାନ୍ଧିଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ତାଙ୍କ ନେତୃତ୍ୱ ଓ ଦେଶର ପ୍ରଗତିରେ ଯୋଗଦାନ ଚିର ସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜୀବ ଗାନ୍ଧୀଙ୍କ ଜୟନ୍ତୀଙ୍କୁ ସଦଭାବନା ଦିବସ ଭାବେ ବି ପାଳନ କରାଯାଉଛି ।