ଆଉ ଜଣେ ନକଲି ଆରଟିଆଇ କର୍ମୀ ଗିରଫ | News Room Odisha

ଆଉ ଜଣେ ନକଲି ଆରଟିଆଇ କର୍ମୀ ଗିରଫ

ଭୁବନେଶ୍ୱର – ସୂଚନା ଅଧିକାର କର୍ମୀ କହି ଲୋକଙ୍କୁ ବ୍ଲାକମେଲ ଘଟଣାରେ ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ପୂର୍ବରୁ କିଶୋର ମିଶ୍ର ନାମକ ଜଣେ ନକଲି ଆରଟିଆଇ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଗିରଫ କାହ୍ନୁଚରଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ ଜବତ ହୋଇଛି । ନିଜକୁ ଆରଟିଆଇ କର୍ମୀର ପରିଚୟ ଦେଇ ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ କରୁଥିଲେ ଦୁଇ କାହ୍ନୁଚରଣ ଓ କିଶୋର । ଲୋକଙ୍କୁ ଡରାଇ ଧମକାଇ କୋଟି କୋଟି ଟଙ୍କା ଆଦାୟ କରୁଥିଲେ । କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ଼ ପକାଇ ବୁଲୁଥିଲେ କିଶୋର ପୋଲିସର ସନ୍ଦେହ ହେବାରୁ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିଲା । କାହ୍ନୁ ଚରଣ ପ୍ରଧାନ ଓ କିଶୋର ମିଶ୍ର ଗତ ଅଢେଇ ବର୍ଷରେ ଏକାଧିକ ଲୋକଙ୍କୁ ଚାକିରି ଦେବା ନାମରେ ଠକିଛନ୍ତି । କିଛି ଲୋକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ଓ ଆଉ କିଛି ଲୋକଙ୍କୁ ଆରଟିଆଇ କର୍ମୀ ଭାବେ ସେମାନେ ପରିଚୟ ଦେଇ ଠକି ଚାଲିଥିଲେ ।