ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା : ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ | News Room Odisha

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା : ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ

ଭୁବନେଶ୍ୱର – ଲୋକଙ୍କୁ ଚାକିରି ଦେବା ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି । ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି। ଚାର୍ଜଫ୍ରେମ ବେଳେ ପ୍ରଦୀପ ପାଣିଗ୍ରାହୀ କୋର୍ଟରେ ଉପସ୍ଥିତ ଥିଲେ। ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ବି ଏହି ମାମଲାରେ ଚାର୍ଜଫ୍ରେମ୍‌ କରାଯାଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ଵର ରାଓଙ୍କ ନାଁରେ ବି ଜେଏମଏଫସିଙ୍କ କୋର୍ଟରେ ଚାର୍ଜଫ୍ରେମ ହୋଇଛି। ଚାର୍ଜଫ୍ରେମ ସହ ଏହି ମାମଲାର ଶୁଣାଣି ଆରମ୍ଭ ହେବ । ପୂର୍ବରୁ ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଥିଲା।