ନକଲି ଆରଟିଆଇ କର୍ମୀଙ୍କ ନାଁରେ ହତ୍ୟା ଅଭିଯୋଗ | News Room Odisha

ନକଲି ଆରଟିଆଇ କର୍ମୀଙ୍କ ନାଁରେ ହତ୍ୟା ଅଭିଯୋଗ

ଭୁବନେଶ୍ୱର -ନିଜକୁ ସୂଚନା ଅଧିକାର କର୍ମୀ କହି ଲୋକଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗରେ ଗିରଫ କାହ୍ନୁ ଚରଣ ପ୍ରଧାନ ସଂପର୍କରେ ନୂଆ ନୂଆ ସତ ପଦାକୁ ଆସିବାରେ ଲାଗିଛି। ସେ ଜଣେ ହତ୍ୟା ଅଭିଯୁକ୍ତ ବୋଲି ଜଣାପଡିଛି। ୨୦୨୦ରେ କାଜୁ ଜଙ୍ଗଲ ହାତେଇବା ପାଇଁ କାହ୍ନୁ ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି। ହତ୍ୟା ବ୍ୟତୀତ ଖୋର୍ଦ୍ଧା ଚାନ୍ଦପୁର ଥାନାରେ ଅଭିଯୁକ୍ତ ବିରୋଧରେ ରହିଛି ଅନେକ ମାମଲା । ଏଥିସହ ୩ଟି ମଦ ଦୋକାନକୁ ଲିଜରେ ନେଇ ଚଲାଉଥିଲା କାହ୍ନୁ ।

ନିଜକୁ ନକଲି ଆରଟିଆଇ କର୍ମୀ ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଘଟଣାରେ ପ୍ରଥମେ କିଶୋର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ଏସଟିଏଫ। ପରେ
ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନକୁ ମଧ୍ୟ ଏସଟିଏଫ ଗିରଫ କରି ପଚରାଉଚରା କରିବା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । କାହ୍ନୁଚରଣ ଆକାଉଣ୍ଟରେ ୩ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ ଜବତ ହୋଇଛି । ୨ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣିପାରେ ଏସଟିଏଫ।