ପରୀକ୍ଷା ମୂଳକ ଭାବେ ଉଦଘାଟିତ ହେଲା ଶୀତଳ ଭଣ୍ଡାର | News Room Odisha

ପରୀକ୍ଷା ମୂଳକ ଭାବେ ଉଦଘାଟିତ ହେଲା ଶୀତଳ ଭଣ୍ଡାର

ବରଗଡ଼: ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ସ୍ଥିତ ବରଗଡ଼ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆଜି ପରୀକ୍ଷା ମୂଳକ (ପାଇଲଟ ପ୍ରୋଜେକ୍ଟ) ଭାବେ ଏକ ୧୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଆୟୋଜିତ ସଭାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ମିର୍ଦ୍ଧା ଟପ୍ପୋ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ସିଇଓ ଆଦିତ୍ୟ କୁମାର ଗୋୟଲ, ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ସରସରା,ଖୁଣ୍ଟପାଲି, ବୀରମାଲ,ନିଲେଶ୍ବର ଗ୍ରାମ ପଞ୍ଚାୟତ ର ସରପଞ୍ଚ, ଚାଷୀ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ସଭାକୁ ଆରଏମସି ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ ପରିଚାଳନା କରିଥିଲେ।