ସାମ୍ପୋଚ ଗାଁର ଅଘଟଣ, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ | News Room Odisha

ସାମ୍ପୋଚ ଗାଁର ଅଘଟଣ, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ମୋଚ ଗାଁରେ ଅଘଟଣ । ସନ୍ଦେହୀ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ସ୍ଵୀକୁ ଅତି ନିର୍ମମ ଭାବେ ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ସ୍ୱାମୀ । ମୃତକ ସ୍ତ୍ରୀଙ୍କ ନାମ କସ୍ତୁରୀ ସ୍ବାଇଁ ହୋଇଥିବା ବେଳେ ହତ୍ୟାକାରୀ ସ୍ବାମୀ ଭୋଲାନାଥ ସ୍ବାଇଁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ ଭୋଲାନାଥ ନିଜ ସ୍ତ୍ରୀ କସ୍ତୁରୀ ଜମିକୁ କୌଣସି କାମରେ ଯାଇଥିଲେ । ଏହି ସମୟରେ ସେଠାରେ ସେ ଅନ୍ୟ ଜଣେ ପୁରୁଷଙ୍କ ସହିତ ଥିବା ଦେଖିବାକୁ ପାଇଥିଲେ । ତାହା ଦେଖି ସ୍ଵାମୀ ରାଗିଯାଇ ଘରକୁ ଫେରି ଘର ବାହାରେ ଏକ ଟାଙ୍ଗିଆ ଧରି ସ୍ବୀକୁ ଅପେକ୍ଷା କରିଥିଲେ । ସେତିକି ବେଳେ ସ୍ବୀ ଘରକୁ ଆସୁଥିବା ବେଳେ କିଛି ନ ବୁଝି ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସ୍ତ୍ରୀ ଦୌଡ଼ି ପଳାଉଥିବା ବେଳେ ଗାଁରେ ସ୍ଵାମୀ ଜଣକ ଟାଙ୍ଗିଆ ଧରି ତାଙ୍କ ପିଛା କରିଥିଲେ । ସେପଟେ ସ୍ତ୍ରୀ କୌଶଳ କ୍ରମେ ନିଜ ଘରକୁ ପଶି ଆସି କବାଟ ଦେବା ସମୟରେ ସ୍ବାମୀ ତାଙ୍କୁ ଟାଙ୍ଗିଆରେ ତାଙ୍କ ବେକକୁ ଚୋଟ ମାରିଥିଲେ । ଯାହାଫଳରେ ସ୍ତ୍ରୀ ସେଠାରେ ହିଁ ଟଳି ପଡ଼ିଥିଲେ । ପରେ ରାଗିଯାଇ ବାରମ୍ବାର ତାଙ୍କ ଶରୀରକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏହାସହିତ ପୋଲିସକୁ ନିଜେ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ବୌଦ୍ଧ ଆଦର୍ଶ ପୋଲିସ ପହଞ୍ଚିଥିବା ବେଳେ ସ୍ବାମୀ ଭୋଲାନାଥ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଶବ ଜବତ କରିବା ସହିତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ପୋଲିସ୍ ହତ୍ୟାକାରୀ ଭୋଲାନାଥକୁ ଗିରଫ କରି ତଦନ୍ତ ଜାରି ରଖିଛି ।