ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ | News Room Odisha

ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ

ବରଗଡ଼: ଅବକାରୀ ଅଧ୍ୟକ୍ଷକ ସୁବର୍ଣ୍ଣ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଦୁଇଜଣ ପୁରୁଷ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ କାରବାରରେ ଲିପ୍ତ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ପୌରାଞ୍ଚଳର ୧ ନମ୍ବର ୱାର୍ଡ ଅନ୍ତର୍ଗତ ବ୍ରହ୍ମ ନଗରର ଡାକ୍ତର ମହାରଣା ଘରେ ଚଢ଼ାଉ କରି ୫୦୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ତାଠାରୁ ନେଇଥିବା ଘୁଲିପାଲିର ଦିଲୀପ ସିଂର ଘରୁ ୪୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।

ସମୁଦାୟ ୫୫୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଅବକାରୀ ବିଭାଗ ୨ ଟି ଭିନ୍ନଭିନ୍ନ ମାମଲା ରଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମଞ୍ଜୁଲତା ମହାରଣାକୁ ଗିରଫ କରାଯାଇଛି ।ତେବେ ଚଢ଼ାଉ ବେଳେ ମଞ୍ଜୁଲତାଙ୍କ ସ୍ବାମୀ ଡାକ୍ତର ମହାରଣା ଓ ଦିଲୀପ ସିଂ ଫେରାର ହୋଇଯାଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ସମରଜିତ ଦାଶ , ସବ ଇନ୍ସପେକ୍ଟର ମୋହନ ପଧାନ , ସ୍ବପ୍ନାରାଣୀ ଟେଟେ , ଆରତୀ ମିଞ୍ଜ , ଏ ଏସ ଆଇ ଧନମତି ତାଣ୍ଡି , କନେଷ୍ଟବଲ ବିନୋଦ ତିର୍କୀ , ସରସ୍ବତୀ ବଂଛୋର , ଚରକାନ୍ତ ଭୋଇ , ରାଜେଶ ରାଉତ ଓ ରାଜେଶ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।