ଜହ୍ନମାମୁଁ ଆଉ ଦୂର ନୁହଁନ୍ତି: ପ୍ରଧାନମନ୍ତ୍ରୀ ମୋଦୀ | News Room Odisha

ଜହ୍ନମାମୁଁ ଆଉ ଦୂର ନୁହଁନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚନ୍ଦ୍ରରେ ପହଞ୍ଚିବା ଭାରତର ସ୍ବପ୍ନ ସାକାର ହୋଇଛି | ଭାରତ ବିଶ୍ବର ପ୍ରଥମ ଦେଶ ଭାବେ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ଇତିହାସ ରଚିଛି । ଏହି ଐତିହାସିକ ସଫଳତା ପରେ ଦେଶବାସୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଲ୍ଲସିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଶାଳ ମାଇଲଖୁଣ୍ଟ ପାଇଁ ଇସ୍ରୋର ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ , ବିକଶିତ ଭାରତର ଶଙ୍ଖନାଦ ବୋଲି କହିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, “ଯେତେବେଳେ ଆମେ ଆମ ଆଖି ସାମ୍ନାରେ ଇତିହାସ ସୃଷ୍ଟି ହେବା ଦେଖୁ, ଜୀବନ ଧନ୍ୟ ହୋଇଯାଏ । ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି, ଯେଉଁଠି ଆଜି ପର୍ଯ୍ୟନ୍ତ ବିଶ୍ବର କୌଣସି ଦେଶ ପହଞ୍ଚି ପାରିନଥିଲେ ।”

ଆଜିଠାରୁ ଚନ୍ଦ୍ର ସହ ଜଡ଼ିତ ମିଥ୍ ବଦଳିଯିବ | ପୂର୍ବରୁ ଚନ୍ଦା ମାମା (ଜହ୍ନ ମାମୁଁ) ବହୁତ ଦୂର ବୋଲି କୁହାଯାଉଥିଲା । ଏବେ ପିଲାମାନେ କହିବେ ଯେ ଚନ୍ଦା ମାମା କେବଳ ଏକ ଟୁର୍ (ଯାତ୍ରା) | ଆମେ ପୃଥିବୀରେ ଏକ ସଂକଳ୍ପ କରିଥିଲୁ ଏବଂ ଏହାକୁ ଚନ୍ଦ୍ରରେ ସାକାର କରିଛୁ | ଭାରତ ବର୍ତ୍ତମାନ ଚନ୍ଦ୍ରରେ ପହଞ୍ଚିଛି। ”

ସେ କହିଛନ୍ତି, “ପୂର୍ବରୁ କୌଣସି ଦେଶ ସେଠାରେ ପହଞ୍ଚି ନାହାଁନ୍ତି (ଚନ୍ଦ୍ରର ଦକ୍ଷିଣ ମେରୁ)। ଆମର ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆମେ ସେଠାରେ ପହଞ୍ଚିଛୁ।