ପୂଜା ସମୟରେ ହାଇ ଆସିବା , ଲୁହ ଆସିବା ଦ୍ୱାରା ମିଳିଥାଏ ଏହି ସବୁ ଖାସ ସଙ୍କେତ | News Room Odisha

ପୂଜା ସମୟରେ ହାଇ ଆସିବା , ଲୁହ ଆସିବା ଦ୍ୱାରା ମିଳିଥାଏ ଏହି ସବୁ ଖାସ ସଙ୍କେତ

ଶାସ୍ତ୍ର ଅନୁଯାୟୀ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି ହେବା ସମୟରେ କୌଣସି ଜୀବଜନ୍ତୁ ନଥିଲେ । ପୃଥିବୀ ସୃଷ୍ଟି ହେବାପରେ ସର୍ବପ୍ରଥମେ ଭଗବାନ ଶିବଙ୍କ ସୃଷ୍ଟି ହୋଇଥିଲା ଏବଂ ତାପରେ ଅନ୍ୟାନ୍ୟ ଜୀବଜନ୍ତୁ ଏବଂ ଧାତୁର ସୃଷ୍ଟି ହୋଇଥିଲା । ଆଉ ସମଗ୍ର ମାନବ ଜାତି ମହାଦେବଙ୍କ ଶକ୍ତି ଦ୍ୱାରା ହିଁ ପରିଚାଳିତ ହୋଇ ଆସୁଛନ୍ତି ।

ଶିବଙ୍କୁ ଆରମ୍ଭ ଏବଂ ଶେଷ ବୋଲି ମଧ୍ୟ କୁହାଯାଇଥାଏ । ଯେତେବେଳେ ମନୁଷ୍ୟ ପବିତ୍ର ମନ ନେଇ ପୂଜାପାଠ କରିବାକୁ ବସିଥାଏ ସେତେବେଳେ ଭଗବାନଙ୍କ ସହିତ ମନୁଷ୍ୟର ଆତ୍ମାର ସଂଯୋଗ ଘଟିଥାଏ । ଆଉ ଏହି ସଂଯୋଗ ସମୟରେ ଭଗବାନ ନିଜ ଭକ୍ତକୁ କିଛି ସାଧରଣ ସଙ୍କେତ ଦେଇଥାନ୍ତି , ଯାହାକୁ ମନୁଷ୍ୟ ଜାଣି ପାରିନାହିଁ ।

୧ . ସାଧରଣତଃ ପୂଜା ସମୟରେ ପୁରା ପରିବେଶ ସକାରାତ୍ମକ ଶକ୍ତିରେ ଭରି ଯାଇଥାଏ । ଅନେକ ସମୟରେ ମନୁଷ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ଆଖିରୁ ଲୁହ ଝରିଥାଏ । ଏହାର ଅର୍ଥ ସେହି ବ୍ୟକ୍ତି ଉପରେ ଭଗବାନ କୃପା କରନ୍ତି । ଏହା ଭଗବାନଙ୍କ ସଙ୍କେତ ଅଟେ । ଏହାର ଅର୍ଥ ଈଶ୍ୱରଙ୍କ ସହିତ ଆପଣଙ୍କ ଆତ୍ମାର ମିଳନ ହୋଇଛି ତେଣୁ ନିଜ ମନର କଥା ଏବଂ ମନସ୍କାମନା ଈଶ୍ୱରଙ୍କୁ ପ୍ରାର୍ଥନା ଆକାରରେ କହି ଦିଅନ୍ତୁ । ଏହାଦ୍ବାରା ପ୍ରାର୍ଥନାର ଫଳ ନିଶ୍ଚୟ ମିଳିଥାଏ । ଏହାର ଆଉ ଏକ କାରଣ ହୋଇପାରେ ଯେ ଏହି ଲୁହ ଆକାରରେ ଆପଣଙ୍କ ଅନ୍ତର ମନ ପରିଷ୍କାର ହେଉଛି ।

୨ . ଅଗ୍ନି ଈଶ୍ୱରଙ୍କ ଶକ୍ତି ହୋଇଥାଏ ଏବଂ ଭଗବାନ ଶିବ ଅଗ୍ନିର ରୂପ ହୋଇଥାନ୍ତି । ତେଣୁ ଯଦି ପୂଜା କରିବା ସମୟରେ ଜାଲିଥିବା ଦୀପର ଜ୍ୟୋତି ବଢ଼ିଯାଏ ତେବେ ଏହା ମଧ୍ୟ ଈଶ୍ୱରଙ୍କ ସଙ୍କେତ ଅଟେ ଏବଂ ଭଗବାନ ପ୍ରସନ୍ନ ଥାଆନ୍ତି । ତେଣୁ ଏହି ସମୟରେ ନିଜ ମନସ୍କାମନା ପ୍ରାର୍ଥନା ଆକାରରେ କହି ଦିଅନ୍ତୁ ।

୩ . ଆପଣ ଲାଗେଇଥିବା ଅଗରବତୀ କିମ୍ବା ଝୁଣା ଭଗବାନଙ୍କ ମୂର୍ତ୍ତି କିମ୍ବା ଫୋଟ ଦିଗରେ ଯାଉଥିଲେ ଜାଣି ନିଅନ୍ତୁ ଯେ ଆପଣଙ୍କ ପୂଜାରେ ଭଗବାନ ପ୍ରସନ୍ନ ହୋଇଛନ୍ତି ।

୪ . ପୂଜା କରିବା ସମୟରେ ଆପଣ ଭଗବାନଙ୍କୁ ଚଢ଼ାଇ ଥିବା ଫୁଲ ଯଦି ଆପଣଙ୍କ ଦିଗରେ ଖସିପଡ଼େ ତେବେ ଜାଣି ଯାଆନ୍ତୁ ଯେ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ଏବଂ ଆପଣଙ୍କ ପୂଜାକୁ ସ୍ୱୀକାର କରିଛନ୍ତି ।

୫ . ଆରତୀ ଏବଂ ପୂଜା ସମୟରେ ଘରର ଦ୍ୱାରକୁ ଗାଈ ଆସିଲେ ଏହାକୁ ଭଗବାନଙ୍କ କୃପା ମାନିବା ଉଚିତ । ତେଣୁ ଗୋମାତାଙ୍କୁ ଖାଇବାକୁ ଦେଇ ପୂଜା କରି ନିଜର ମନସ୍କାମନା କହି ଦିଅନ୍ତୁ । ଏହାଦ୍ବାରା ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ ।

ଯଦି ପୂଜା କରିବା ସମୟରେ ଆପଣଙ୍କୁ ପ୍ରାର୍ଥନା କରିବାକୁ କିମ୍ବା ପୂଜାରେ ବସିବାକୁ ଇଚ୍ଛା ହଉନାହିଁ କିମ୍ବା ନିଦ ଆସୁଛି ତେବେ ଜାଣି ଯାଆନ୍ତୁ ଯେ ଆପଣଙ୍କ ସହିତ ନକରାତ୍ମକ ଶକ୍ତି ରହିଛି । ତେଣୁ ସେମାନେ ପ୍ରଥମେ ଭଜନ ଶୁଣିବା ଉଚିତ । ଏହାଦ୍ବାରା ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ । ଏହାଦ୍ବାରା ଆଧ୍ୟାତ୍ମିକ ସୁଖ ମଧ୍ୟ ମିଳିଥାଏ । ପୂଜା ସମୟରେ ହାଇ ଆସିବା ଅଳସୁଆମୀର କାରଣ ହୋଇଥାଏ । ମାତ୍ର ମନେ ରଖନ୍ତୁ ଯେ ପୂଜା ସମୟରେ ମନରେ ନକରାତ୍ମକ ଭାବନା ଆସିବା ଉଚିତ ନୁହେଁ ।