ଧରାକୋଟରେ ହାଇଓ୍ବା ସହ ବାଇକ୍ ଧକ୍କା: ୨ ମୃତ | News Room Odisha

ଧରାକୋଟରେ ହାଇଓ୍ବା ସହ ବାଇକ୍ ଧକ୍କା: ୨ ମୃତ

ଭଞ୍ଜନଗର: ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨.୩୦ରେ ଗଞ୍ଜାମ ଜିଲ୍ଲା ଧରାକୋଟ ନିକଟ ମୁଣ୍ଡମରାଇରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ସୋରଡ଼ା ବ୍ଲକ୍ ନୂଆଗଡ଼ ଗାଁର ରିଙ୍କୁ ନାୟକ ଓ ରାହୁଲ ନାୟକ।
ଧରାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ। ଏକ ହାଇଓ୍ବାକୁ ଦ୍ରୁତ ଗତିରେ ଓଭରଟେକ୍ କରିବା ବାଇକ୍ ସହ ଧକ୍କା ଘଟିଥିବା କୁହାଯାଉଛି।