ସୁସ୍ଥ ହୋଇ ଘରକୁ ଫେରିଲେ ଗାୟକ ପ୍ରଣବ ପଟ୍ଟନାୟକ | News Room Odisha

ସୁସ୍ଥ ହୋଇ ଘରକୁ ଫେରିଲେ ଗାୟକ ପ୍ରଣବ ପଟ୍ଟନାୟକ

ଭୁବନେଶ୍ୱର – କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ପ୍ରଣବ ପଟ୍ଟନାୟକଙ୍କୁ ଗତ ଗୁରୁବାର ହସପିଟାଲରେ ସାକ୍ଷାତ କରି ଚିକିତ୍ସା ସହାୟତା ପାଇଁ ପରିବାର ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ସାମିଲ ଥିଲେ। ପ୍ରଣବ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ।