'ମୋ ସ୍କୁଲ ଅଭିଯାନ' ଫେକ୍ ଓ୍ବେବସାଇଟ୍ ଖୋଲି ଠକେଇ ‌ମାମଲାରେ ତିନି ଗିରଫ | News Room Odisha

‘ମୋ ସ୍କୁଲ ଅଭିଯାନ’ ଫେକ୍ ଓ୍ବେବସାଇଟ୍ ଖୋଲି ଠକେଇ ‌ମାମଲାରେ ତିନି ଗିରଫ

ଭୁବନେଶ୍ୱର -ମୋ ସ୍କୁଲ ଅଭିଯାନ ଫେକ୍ ଓ୍ବେବସାଇଟ୍ ଖୋଲି ଚାକିରି କରିବାକୁ କହି ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଅଭିଯୁକ୍ତଙ୍କ ପାଖରୁ ୨ଲକ୍ଷ ନଗଦ ଟଙ୍କା, ଲାପଟପ୍, କମ୍ପ୍ୟୁଟର, ୧୩ଟି ଫୋନ୍, ବ୍ୟାଙ୍କ୍ ପାସବୁକ୍, ଏଟିଏମ୍ କାର୍ଡ, ନକଲି ଷ୍ଟାମ୍ପ ଜବତ ହୋଇଛି । ମୋ ସ୍କୁଲ ଅଭିଯାନ ନାଁ ରେ ଏକ ଫେକ ଓ୍ବେବସାଇଟ୍ ଖୋଲି ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର, ପିଅନ ସମେତ ବହୁ ପୋଷ୍ଟ ପାଇଁ ଅଭିଯୁକ୍ତମାନେ ଆବେଦନକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

ଜୁଲାଇ ମାସରେ ଅଭିଯୁକ୍ତମାନେ ମୋ ସ୍କୁଲ ଅଭିଯାନର ଫେକ୍ ଓ୍ବେବସାଇଟ୍ ଖୋଲିଥିଲେ । ଟିଚିଙ୍ଗ ଓ ନନ ଟିଚିଙ୍ଗ ବିଭାଗରେ ଚାକିରି କରାଇ ଦେବାକୁ କହି ଯୁବକ ଓ ଯୁବତୀଙ୍କ ଠାରୁ ନେଇଥିଲେ ମୋଟା ଅଙ୍କର ଟଙ୍କା । ୩ ଅଭିଯୁକ୍ତଙ୍କୁ ଭରତପୁର ଅଞ୍ଚଳରୁ ଗିରଫ କରିଛି ସାଇବର ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ଅମର ସାମଲ ସମେତ ମଦନ ନାଗ, ରାୟଗୁଲୁ ପାତ୍ରଙ୍କୁ ଗିରଫ କରାଯାଇଛି ।