ମହିଳା ସହକର୍ମୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ନିଲମ୍ବିତ | News Room Odisha

ମହିଳା ସହକର୍ମୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ: ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ନିଲମ୍ବିତ

ସମ୍ବଲପୁର – ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସରଙ୍କୁ ନିଲମ୍ବିତ କରିଛନ୍ତି। ସହକାରୀ ପ୍ରଫେସର ରଜତ କୁଜୁର ନିର୍ଯାତନା ଅଭିଯୋଗର ତଦନ୍ତ ଶେଷ ନହେବା ଯାଏଁ ନିଲମ୍ବନରେ ରହିବେ । ସହକାରୀ ପ୍ରଫେସର ରଜତ କୁଜୁରଙ୍କୁ ନିଲମ୍ବିତ କରାଯାଇଛି ବୋଲି କୁଳସଚିବ ନୃପୁରାଜ ସାହୁ ସୂଚନା ଦେଇଛନ୍ତି। ତାଙ୍କୁ ଦୀର୍ଘ ୭ ବର୍ଷ ଧରି ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ମହିଳା ସହକାରୀ ପ୍ରଫେସର ଜଣକ ଲିଖିତ ଭାବେ ଅଭିଯୋଗ କରିଥିଲେ।