ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁସେବା ଟିମ୍ | News Room Odisha

ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁସେବା ଟିମ୍

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନା ଅନ୍ତର୍ଗତ ଏକ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ରୋଗୀଙ୍କୁ ସୁପର ସ୍ପେଶାଲିଷ୍ଟ ଚିକିତ୍ସା ସେବା ଯୋଗାଇଦେବାକୁ ମାଲକାନଗିରି ଯାତ୍ରା କରିଛନ୍ତି। ଡାକ୍ତରୀ ଟିମରେ ପଞ୍ଜିକୃତ ହୋଇଥିବା ରୋଗୀଙ୍କ ଆବଶ୍ୟକତା ଅନୁସାରେ ୫ ଭିନ୍ନ ଭିନ୍ନ ବିଭାଗର ୫ ଜଣ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଛନ୍ତି। ଏହି ଡାକ୍ତରୀ ଟିମ୍ ଅଗଷ୍ଟ ୩୧ ଯାଏଁ ଜିଲ୍ଲାରେ ରହି ରୋଗୀ ଚିକିତ୍ସା କରିବେ । ଟିମରେ ଥିବା ଡାକ୍ତରମାନେ ହେଲେ ଡକ୍ଟର ଏ. ଜେନା ( ନେଫ୍ରୋଲୋଜିଷ୍ଟ ), ଡକ୍ଟର ବି.କେ ଦାସ ( କାର୍ଡିଓଲୋଜିଷ୍ଟ ), ଡକ୍ଟର ଏସ. ସେଠୀ ( ସର୍ଜରୀ ସ୍ପେଶାଲିଷ୍ଟ), ଡକ୍ଟର ଏସ. ରାଣା ( ରାଡିଓଲୋଜିଷ୍ଟ ) ଓ ଡକ୍ଟର ସି. ପ୍ରଧାନ ( ଆନେସ୍ଥେସିଓଲୋଜିଷ୍ଟ )