ଅକ୍ଟୋବର ୧୫ରେ ହେବ ଓସିଏସସି ପ୍ରିଲିମ ପରୀକ୍ଷା | News Room Odisha

ଅକ୍ଟୋବର ୧୫ରେ ହେବ ଓସିଏସସି ପ୍ରିଲିମ ପରୀକ୍ଷା

କଟକ – ଓଡ଼ିଶା ସିଭିଲ ସର୍ଭିସ – ଓସିଏସ ପ୍ରିଲିମ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ପ୍ରିଲିମ ପରୀକ୍ଷା ହେବ ବୋଲି ଓଡ଼ିଶା ଲୋକସେବା ଆୟୋଗ -ଓପିଏସସି ପକ୍ଷରୁ କୁହାଯାଇଛି। ପରୀକ୍ଷା ସମ୍ପର୍କିତ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ବୋଲି ଆୟୋଗ କହିଛି। ଅଧିକ ସୂଚନା ପାଇଁ ଆୟୋଗର ୱେବସାଇଟ୍ http://opsc.gov.in କୁ ଯିବାକୁ ପରାମର୍ଶ ଦିଆଯାଇଛି।
ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ଫଳାଫଳ ଗତ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା। ଏଥିରେ ମୋଟ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଥିଲେ।