କ୍ରୀଡା ଉତ୍କର୍ଷତାର ପ୍ରସାର ପାଇଁ ଓଡିଶା ପୋଲିସକୁ ବିଜୁ ପଟ୍ଟନାୟକ ପୁରସ୍କାର  | News Room Odisha

କ୍ରୀଡା ଉତ୍କର୍ଷତାର ପ୍ରସାର ପାଇଁ ଓଡିଶା ପୋଲିସକୁ ବିଜୁ ପଟ୍ଟନାୟକ ପୁରସ୍କାର 

ଭୁବନେଶ୍ୱର – ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଉତ୍କର୍ଷତାର ପ୍ରସାର କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଓଡ଼ିଶା ପୋଲିସକୁ ପ୍ରଦାନ କରିଛନ୍ତି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ରାଜ୍ୟରେ କ୍ରୀଡାର ପ୍ରସାର ଓ ବିକାଶ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ହେଉଛି ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ।