ଘରୋଇ କଳିରୁ ବୀଭତ୍ସ ହତ୍ୟାକାଣ୍ଡ, କୋଦାଳରେ ପିଟିପିଟି ଭାଇକୁ ହତ୍ୟାକଲା ଭାଇ | News Room Odisha

ଘରୋଇ କଳିରୁ ବୀଭତ୍ସ ହତ୍ୟାକାଣ୍ଡ, କୋଦାଳରେ ପିଟିପିଟି ଭାଇକୁ ହତ୍ୟାକଲା ଭାଇ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଯମଘାଟି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଘରୋଇ କହଳକୁ କେନ୍ଦ୍ରକରି ସାନ ଭାଇ ମକରଧ୍ୱଜ ପ୍ରଧାନ କୋଦାଳରେ ପିଟିପିଟି ବଡ଼ ଭାଇ ଚକ୍ରଧର ପ୍ରଧାନକୁ ଜୀବନରେ ମରିଦେଇଥିବା ଜଣାପଡିଛି । ଗ୍ରାମବାସୀଙ୍କ ଠାରୁ ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାନ ଭାଇ ମକରଧ୍ୱଜକୁ ଗିରଫ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିବା ସୂଚନା ମିଳିଛି।