ଆଜି ଉତକେଲା ବିମାନବନ୍ଦରରୁ ଉଡିବ ବିମାନ | News Room Odisha

ଆଜି ଉତକେଲା ବିମାନବନ୍ଦରରୁ ଉଡିବ ବିମାନ

ଭୁବନେଶ୍ୱର/ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ଜିଲ୍ଲାର ଉତକେଲା ବିମାନ ବନ୍ଦର ଆଜିଠାରୁ କାର୍ଯ୍ୟକ୍ଷମ ହେବ । ଏଠାରୁ ଆରମ୍ଭ ହେବ ବିମାନ ସେବା । ଉତକେଲା ବିମାନବନ୍ଦର ଆଜି ଉଦଘାଟନ ହେବା ସହ ଭୁବନେଶ୍ୱରରୁ ଉତକେଲାକୁ ପ୍ରଥମ ବିମାନ ଚଳାଚଳର ଶୁଭାରମ୍ଭ ହେବ । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉପସ୍ଥିତ ରହିବେ । ଉତକେଲାରୁ ଭୁବନେଶ୍ବରକୁ ବିମାନ ଚଳାଚଳର ଶୁଭାରମ୍ଭ କରିବେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଏହି ଅବସରରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ଭବାନୀପାଟଣା ବିଧାୟକ ଉପସ୍ଥିତ ରହିବେ ।