ସେପ୍ଟେମ୍ବରରେ ରାଜ୍ୟକୁ ବର୍ଷା ଫେରିବା ସମ୍ଭାବନା | News Room Odisha

ସେପ୍ଟେମ୍ବରରେ ରାଜ୍ୟକୁ ବର୍ଷା ଫେରିବା ସମ୍ଭାବନା

ଭୁବନେଶ୍ୱର – ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷା ହୋଇଛି । ବର୍ଷା ଉଭାନ ହୋଇଯାଇଥିବାରୁ ପ୍ରବଳ ଖରା ହେଉଛି । ଗରମ ଓ ଗୁଳୁଗୁଳିରେ ଲୋକେ ଅତିଷ୍ଠ ହେଉଛନ୍ତି। ରାଜ୍ୟର ୧୧ଟି ଜିଲ୍ଲାରେ ନିଅଣ୍ଟିଆ ମୌସୁମୀ ବର୍ଷା ଚାଷୀ ଓ ଚାଷ କାମ ପାଇଁ ସଙ୍କଟ ସୃଷ୍ଟି କରିଛି। ସେପ୍ଟେମ୍ବର ମାସରେ ଭଲ ବର୍ଷା ନହେଲେ ୧୧ଟି ଜିଲ୍ଲାରେ ସ୍ଥିତି ଆହୁରି ବିଗିଡିଯିବା ଆଶଙ୍କା ରହିଛି। ଏଣେ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୩ ଓ ୪ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏଣେ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟକୁ ପୁଣି ବର୍ଷା ଫେରିବା ଆଶା ରହିଛି।