ଗାଁ ଦାଣ୍ଡରେ ପଡିଛି ମୃତ ଦେହ, ହତ୍ୟା ସନ୍ଦେହ | News Room Odisha

ଗାଁ ଦାଣ୍ଡରେ ପଡିଛି ମୃତ ଦେହ, ହତ୍ୟା ସନ୍ଦେହ

ବୌଦ୍ଧ: ବୌଦ୍ଧ ଜିଲ୍ଲା ତାକୁଡ଼ ଗାଁ ଦାଣ୍ଡରେ ଆଜି ଭୋର୍ ସକାଳେ ଦେଖିବାକୁ ମିଳିଛି ଏକ ଯୁବକର ମୃତଦେହ । ମୃତକ ଜଣକ ପୁରୁଣାକଟକ ଥାନା ଅନ୍ତର୍ଗତ ଛେଳିଲେଣ୍ଡି ଗାଁର ରମେଶ ବାରିକ ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ଗାଁ ଦାଣ୍ଡରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ନଥିବା ଜଣାପଡିଛି ।