ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ହେବାରୁ ଉତ୍ତେଜନା | News Room Odisha

ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ହେବାରୁ ଉତ୍ତେଜନା

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପ ନିର୍ବାଚନ ସ୍ଥଗିତ ରଖାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ଉପନିର୍ବାଚନ ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ରିପୋର୍ଟ ଆାଧାରରେ ଏହି ନିଷ୍ପତ୍ତି ନିଆଯାଇଛି । କିଛି ସମିତି ସଭ୍ୟଙ୍କୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି ।ଏଣେ ଉପନିର୍ବାଚନ ବାତିଲ ଖବରରେ ହଙ୍ଗାମା ସୃଷ୍ଟି ହୋଇଛି । ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟରେ ହଙ୍ଗାମା ହୋଇଛି।

ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ଦୁଇ ଗୋଷ୍ଠୀ। ସ୍ଥିତି ନିୟନ୍ତ୍ରଣ ପାଇଁ ୩ ଥାନା ଅଧିକାରୀ, ଗୋଟିଏ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।