ମହାପ୍ରଭୁଙ୍କୁ ସୁନା ଅଳଙ୍କାର ଦାନ କଲେ ଉତ୍ତର ପ୍ରଦେଶର ଭକ୍ତ | News Room Odisha

ମହାପ୍ରଭୁଙ୍କୁ ସୁନା ଅଳଙ୍କାର ଦାନ କଲେ ଉତ୍ତର ପ୍ରଦେଶର ଭକ୍ତ

ପୁରୀ – ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଣେ ଭକ୍ତ ଦାନ କରିଛନ୍ତି ୨୬୮ ଗ୍ରାମରୁ ଅଧିକ ସୁନା ଅଳଙ୍କାର । ଉତ୍ତର ପ୍ରଦେଶ ଗାଜିଆବାଦର ଭକ୍ତ ସୁଷମା ଶର୍ମା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ଭେଟି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନା ଅଳଙ୍କାର ଦାନ କରିଛନ୍ତି। ଳ ଗୋଟିଏ ପଥର ଖଚିତ ସୁନା ହାର, ଦୁଇଟି କାନ ପେଣ୍ଡି, ଗୋଟିଏ ମୁଦି,ଏକ ଲକେଟ, ଦୁଇଟି କାନ ଟପ ଦାନ କରିଛନ୍ତି ସୁଷମା । ମୁଖ୍ୟ ପ୍ରଶାସକ ଦାତ୍ରୀ ସୁଷମାଙ୍କୁ ରଥ କାଠ, ରଥ ଦଉଡ଼ି, ରଥ କନା, ମହାପ୍ରସାଦ (ନିର୍ମାଲ୍ୟ), ମହାପ୍ରଭୁଙ୍କ ଫୋଟୋ ସମ୍ବଳିତ ଉପହାର ପେଢି ପ୍ରଦାନ କରିଛନ୍ତି।