ବିଚ୍ ରାସ୍ତାରେ ଟାଙ୍ଗିଆରେ ଯୁବକକୁ ହତ୍ୟା କଲେ ସ୍ଵାମୀ-ସ୍ତ୍ରୀ | News Room Odisha

ବିଚ୍ ରାସ୍ତାରେ ଟାଙ୍ଗିଆରେ ଯୁବକକୁ ହତ୍ୟା କଲେ ସ୍ଵାମୀ-ସ୍ତ୍ରୀ

ବଲାଙ୍ଗିର: ବିଚ୍ ରାସ୍ତାରେ ଟାଙ୍ଗିଆରେ ଯୁବକକୁ ହତ୍ୟା କଲେ ସ୍ଵାମୀ ସ୍ତ୍ରୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହରର ଟିକପାଲିରେ ଗୁରୁବାର ଏହି ଜଘନ୍ୟ ଘଟଣା ଘଟିଛି । ସନ୍ଧ୍ୟା ୭ଟାରେ ବିଚ୍ ରାସ୍ତାରେ ଯୁବକ ଜିତେନ ଧୂବଲକୁ ଟିକପାଲି ଗାଁର ଉଆସୁ ପୋଢ ଏବଂ ତା ସ୍ତ୍ରୀ ଉପାସି ପୋଢ କୌଣସି କାରଣ ନେଇ ଅତି ନିର୍ମମ ଏବଂ ଅମାନୁଷିକ ଭାବରେ ଟାଙ୍ଗିଆ ଏବଂ ଲୁହା ରଡରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ପାଟଣାଗଡ ପୋଲିସ ପହଞ୍ଚି କ୍ଷତାକ୍ତ ଯୁବକକୁ ପାଟଣାଗଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଜିତେନକୁ ମୃତ ଘୋଷଣା କରିଥିବା ବେଳେ ମୃତଦେହକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ସ୍ଵାମୀ ସ୍ତ୍ରୀ ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ହତ୍ୟାକାଣ୍ଡର ଅସଲ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ହତ୍ୟାକାରୀ ଧରା ପଡିବା ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।