ବେଲପଡା ଜଙ୍ଗଲରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୫ ଗିରଫ | News Room Odisha

ବେଲପଡା ଜଙ୍ଗଲରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୫ ଗିରଫ

ଖୋର୍ଦ୍ଧା – ବେଲପଡା ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପୋଲିସ । ୫ ଜୁଆଡ଼ିଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୨୭୯୦ ଟଙ୍କା, ୧୦ଟି ବାଇକ ଓ ମୋବାଇଲ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଯୁଧିଷ୍ଠିର ନାୟକ, କାଳୁ ଦାଶ, ମାନସ ପ୍ରଧାନ, ସଂଗ୍ରାମ ଛୋଟରାୟ ଓ କୁମର ରାଉତ। ଏମାନେ ସମସ୍ତେ ଟାଙ୍ଗୀ ଓ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ସୂଚନା ଅନୁସାରେ ବେଲପଡ଼ା ଜଙ୍ଗଲରେ ଦୀର୍ଘଦିନ ଧରି ଜୁଆଆଡ୍ଡା ଚାଲିଥିଲା । ସେମାନଙ୍କ ଉପରେ ନଜର ରଖିବାକୁ ପୋଲିସ ସ୍ଥାନୀୟ ଯୁବକମାନଙ୍କ ସହାୟତା ନେଇଥିଲା । ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି ।