ବାରହା ଶିକାର ବେଳେ ତିନି ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ | News Room Odisha

ବାରହା ଶିକାର ବେଳେ ତିନି ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ

ବୌଦ୍ଧ – ଜଙ୍ଗଲରେ ବାରହା ଶିକାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶିକାରୀଙ୍କୁ ମାଡ଼ି ବସିଲା ବନ ବିଭାଗ। ସୁବର୍ଣ୍ଣପୁର ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧୀନ ଡମରଗାଡ଼ ଜଙ୍ଗଲରେ ବାରହା ଶିକାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ବନ ବିଭାଗ ୩ ଜଣ ଶିକାରୀଙ୍କୁ ବାନ୍ଧିଛି ।

ଗୁରୁବାର ରାତିରେ ଡମରଗାଡ଼ ଜଙ୍ଗଲରେ ଶିକାରୀମାନେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ପାଇଁ ପ୍ରସ୍ତୁତି କରୁଥିଲେ। ଏ ସଂପର୍କରେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଶିକାରୀଙ୍କୁ ଧରିବା ପାଇଁ ଯୋଜନା କରିଥିଲା। ଶିକାରୀମାନେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଉ ଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ୩ ଜଣ ଶିକାରୀଙ୍କୁ ଧରିଥିଲା ।ଏହାସହ ବାରହା ଶିକାର ପାଇଁ ରଖା ଯାଇଥିବା ବିଦ୍ୟୁତ୍ ତାର ଓ ହାତ ତିଆରି ଦେଶୀ ବନ୍ଧୁକକୁ ବନ ବିଭାଗ କର୍ମଚାରୀ ମାନେ ଜବତ କରିଥିଲେ। ରୁ ୩ ଜଣ ଶିକାରୀଙ୍କୁ ବନ ବିଭାଗ ଅଧିକାରୀମାନେ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି।