ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଦର୍ଶନ, ପୁନଶ୍ଚ କାର୍ଯ୍ୟକ୍ଷମ ହେବ ମାହାଲ | News Room Odisha

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଦର୍ଶନ, ପୁନଶ୍ଚ କାର୍ଯ୍ୟକ୍ଷମ ହେବ ମାହାଲ

ପୁରୀ – ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ପରିମାଣିକ ଦର୍ଶନ। ଏହି ବ୍ୟବସ୍ଥାରେ ଟିକେଟ କରିଥିବା ଭକ୍ତମାନେ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଗୁରୁବାର ଅନୁଷ୍ଠିତ ଶ୍ରୀମନ୍ଦିର ଅର୍ଥ ଓ ସଂସ୍ଥା ସବ୍ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପରିମାଣିକ ଦର୍ଶନ ବ୍ୟବସ୍ଥା ପାଇଁ ପ୍ରଥମେ ଏସଓପି ପ୍ରସ୍ତୁତ କରାଯାଇ ବିଭିନ୍ନ ନିଯୋଗ ସହ ଆଲୋଚନା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ବନ୍ଦ ହୋଇଯାଇଥିବା ବିଭିନ୍ନ ମାହାଲ ପୁଣି କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମାହାଲ କାହାକୁ ଦିଆଯିବ, ସେ ନେଇ ଟେଣ୍ଡର ଆହ୍ବାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।