ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ | News Room Odisha

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଭେଉଁରିଆ ଗାଁର ଡୋଳାମଣି ସାହୁଙ୍କ ପୁଅ ବୁଦ୍ଧରାଜ ସାହୁ ଓରଫ ମିଲୁ ତାର ସ୍ତ୍ରୀକୁ ବିଷଦେଇ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛି ।

ଏନେଇ ଥାନା ଅଧିକାରୀ ମମତା ନାୟକ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ପଦ୍ମପୁର ସୂଚନା ଦେଇଛନ୍ତି ।

ସୂଚନା ମତେ ଗତ ଅଗଷ୍ଟ ୩୧ ତାରିଖ ଦିନ ଜଗଦଲପୁର ଥାନା ଅନ୍ତର୍ଗତ କୁମିର ଗାଁର ମୁକେଶ ସାହୁ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଭଉଣୀ ମମତା ସାହୁଙ୍କୁ ତାଙ୍କ ଭିଣୋଇ ଗତ ଅଗଷ୍ଟ ୨୮ ତାରିଖ ବିଷ ଦେଇଦେଇଥିଲା । ଯେଉଁ କାରଣରୁ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଅଗଷ୍ଟ ୩୧ ତାରିଖ ଦିନ ମୃତ୍ୟୁ ହୋଇଥିଲା । ପୋଲିସ ଅଭିଯୋଗ ଆଧାରରେ ପଦ୍ମପୁର ଥାନା କେଶ ନମ୍ବର ୨୨୯/୨୩ ରେ ମାମଲା ରୁଜୁ କରି ଧାରା ୪୯୮-ଏ/୩୦୪-ବି/୩୪ ଆଇପିସି ରେ ଅଭିଯୁକ୍ତ ବୁଦ୍ଧରାଜ ସାହୁ ଓରଫ ମିଲୁକୁ ଗିରଫ କୋର୍ଟ ଚାଲାଣ କରିଛି ।

ମିଲିଥିବା ସୂଚନା ଅନୁସାରେ ବୁଦ୍ଧରାଜ ଏହାପୂର୍ବରୁ ଝାରବନ୍ଧ ଥାନା ଅନ୍ତର୍ଗତ ଝାରବନ୍ଧ ଗାଁର ନିଳମଣି ସାହୁଙ୍କ ଝିଅ ଦେବକୀ ସାହୁଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଥିଲା । ହେଲେ ଉଭୟଙ୍କ ମଧ୍ୟରେ ପାରିବାରକ କଳହ କାରଣରୁ ଦେବକୀ ଆତ୍ମହତ୍ୟା କରିଥିଲେ । ପରେ ବୁଦ୍ଧରାଜ ମମତାଙ୍କୁ ଦ୍ଵିତୀୟ ବିବାହ କରିଥିଲେ ଏବଂ ଗୋଟିଏ ନଅ ମାସର ପୁଅ ମଧ୍ୟ ଅଛି । ହେଲେ ବୁଦ୍ଧରାଜ ଓ ମମତା ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା ଓ ମମତାକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲା । ଯାହା ଫଳରେ ମମତାର ମଧ୍ୟ ସମଦଶା ଭୋଗିବାକୁ ପଡ଼ିଲା ।